ଆଠମଲ୍ଲିକ ତହସିଲଦାର ଭାବେ ଦାୟିତ୍ୱ ନେଲେ ଯଶୋବନ୍ତ ଦେହୁରୀ

You are currently viewing ଆଠମଲ୍ଲିକ ତହସିଲଦାର ଭାବେ ଦାୟିତ୍ୱ ନେଲେ ଯଶୋବନ୍ତ ଦେହୁରୀ

ଆଠମଲ୍ଲିକ : ଆଠମଲ୍ଲିକ ତହସିଲଦାର ଭାବେ ଯଶୋବନ୍ତ ଦେହୁରୀ ଯୋଗ ଦେଇଛନ୍ତି। ଶ୍ରୀ ଦେହୁରୀ ଶୁକ୍ରବାର ଅପରାହ୍ନରେ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଠାରୁ ତହସିଲଦାର ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ।

ଦାୟିତ୍ୱ ଗ୍ରହଣ ବେଳେ ସେ ଲୋକଙ୍କୁ ସଠିକ ସମୟରେ ଆବଶ୍ୟକ ସରକାରୀ ସୁବିଧା ଯୋଗାଇବେ ବୋଲି ଶ୍ରୀ ଦେହୁରୀ କହିଛନ୍ତି। ଏହା ପରେ ସେ ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ଦେଉଳଝରୀ ଯାଇ ବାବା ସିଦ୍ଧେଶ୍ୱରଙ୍କ ଦର୍ଶନ କରିଥିବା ଜଣାଯାଇଛି। ପରେ ସନ୍ଧ୍ୟାରେ ଉପଜିଲ୍ଲାପାଳ ତରଣୀ ସୁନାଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିବା ଜଣାଯାଇଛି।

Share

Leave a Reply