ପୋଖରୀରେ ବୁଡ଼ି ଯୁବକ ମୃତ

You are currently viewing ପୋଖରୀରେ ବୁଡ଼ି ଯୁବକ ମୃତ

ଅନୁଗୁଳ : ପୋଖରୀରେ ବୁଡ଼ି ଯୁବକ ମୃତ। ମୃତ ଯୁବକଙ୍କ ବୟସ ୨୫ ବର୍ଷ ହେବ ବୋଲି ଜଣାଯାଇଛି। ଗୁରୁବାର ଅପରାହ୍ନରେ ତାଙ୍କ ମୃତ ଦେହକୁ ପୋଖରୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନା ମୁତାବକ, ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଥିବା ପୁରୁଣାକୋଟ ଗାଁରେ ଥିବା ଏକ ପୋଖରୀରେ ଗଣେଶ୍ବର ଦେହୁରୀ ବୁଡି ଯାଇଥିଲେ। ପୋଖରୀରେ ଗାଧୋଉଥିବା ବେଳେ ସେ ବୁଡ଼ି ଯାଇଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଏନେଇ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁରୁଣାକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି।

Share

Leave a Reply