ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ତଦନ୍ତ ଆରମ୍ଭ କଲା ପୋଲିସ

You are currently viewing ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ତଦନ୍ତ ଆରମ୍ଭ କଲା ପୋଲିସ

ଛେଣ୍ଡିପଦା: ଅଜଣା ଗାଡ଼ି ଧକ୍କାରେ ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ମହୀତଇଳା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ସନାତନ ରାଉତ ( ୪୨ ) ବୋଲି ଜଣାଯାଇଛି।

ପୋଲିସ ମୁତାବକ, ସନାତନ ମଙ୍ଗଳବାର ରାତିରେ ଗାଁ ପୋଖରୀ ଆଡ଼କୁ ଯାଉଥିବା ବେଳେ ପଛରୁ ଏକ ଅଜଣା ମୋଟର ସାଇକେଲ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଗୁରୁତର ଅବସ୍ଥାରେ ସନାତନ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଭୋରରୁ ତାଙ୍କ ମୃତ୍ୟୁ ହୋଇଛି। ନିଶା ଶିଳ୍ପାଞ୍ଚଳ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

Share

Leave a Reply