ଗାଧୋଇବା ବେଳେ ବ୍ରାହ୍ମଣୀରେ ଭାସିଗଲେ ଯୁବକ, ସନ୍ଧ୍ୟାରେ ମିଳିଲା ମୃତ ଦେହ

You are currently viewing ଗାଧୋଇବା ବେଳେ ବ୍ରାହ୍ମଣୀରେ ଭାସିଗଲେ ଯୁବକ, ସନ୍ଧ୍ୟାରେ ମିଳିଲା ମୃତ ଦେହ

ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ଜଣେ ଯୁବକ ବ୍ରାହ୍ମଣୀ ନଦୀରେଗାଧୋଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ କଣିହାଁ ବ୍ଲକ ଗଣ୍ଡମଳା ପଞ୍ଚାୟତ ଶୁଲେଇପାଳ ଗ୍ରାମର ରତ୍ନାକର ମହାନ୍ତି (୪୬)।

ସୂଚନା ମୁତାବକ, ରତ୍ନାକର ଆଜି ମଧ୍ୟାହ୍ନରେ ଗାଧୋଇବା ପାଇଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ନଦୀ ତୁଠରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରେ କଣିହାଁ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନଦୀ ଭିତରେ ଖୋଜାଖୋଜି କରି ସନ୍ଧ୍ୟାରେ ରତ୍ନାକରଙ୍କ ମୃତ ଦେହ ଉଦ୍ଧାର କରିଛି। ଏ ନେଇ ରେଙ୍ଗାଳି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାଳଲହଡ଼ା ପଠାଇଥିବା ପୋଲିସ ସୂଚନା ଦେଇଛି।

Share

Leave a Reply