ଋଣ ସୁଝି ନ ପାରିବାରୁ ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

You are currently viewing ଋଣ ସୁଝି ନ ପାରିବାରୁ ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

ଆଠମଲ୍ଲିକ : ଋଣ ସୁଝିନପାରି ଆଠମଲ୍ଲିକ ବ୍ଲକ କିଆକଟା ଥାନା କାଦପଡ଼ା ଗ୍ରାମର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୁଦାମ ଭୂୟାଁ (୪୧)।

ସୁଦାମ ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀ ଓ ମହିଳା ଗ୍ରୁପରୁ ବହୁ ଟଙ୍କା ଋଣ ଆଣିଥିଲେ। କିନ୍ତୁ ଋଣ ଟଙ୍କା ସୁଝିବାକୁ ସେ ଅସମର୍ଥ ହୋଇଥିଲେ। ଏଣୁ ଋଣ ଦେଇଥିବା କମ୍ପାନୀ ଓ ମହିଳା ଗ୍ରୁପ୍ ବାରମ୍ବାର ଋଣ ସୁଝିବାକୁ ତା’ ଘରକୁ ଯାଉଥିଲେ। ଗତ ବୁଧବାର ସୁଦାମ ଋଣ ଟଙ୍କା ସୁଝିବାର ଥିଲା।

ଘର ଲୋକଙ୍କ କହିବାନୁଯାୟୀ, ସୁଦାମ ସକାଳୁ ସାଇକେଲ ଧରି ଘରୁ ବାହାରି ଆସିଥିଲା। ଘର ଠାରୁ ଅଳ୍ପ ଦୂରରେ ଜଙ୍ଗଲିଆ ଜାଗା ଦେଖି ସାଇକେଲ ଥୋଇ ବେକରେ ଦୌଡ଼ି ଲଗାଇ ଗଛରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ କିଆକଟା ଥାନା ଭାରପ୍ରାପ୍ତ ଅଧିକାରୀ ଆଶିଷ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ପଠାଇଥିବା ଜଣାଯାଇଛି।

Share

Leave a Reply