ଅନୁଗୁଳ: ସାପ କାମୁଡ଼ିବାରୁ ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଅନୁଗୁଳ ଜିଲ୍ଲା ନିଶା ଥାନା କାଳିଆକଟା ଗାଁରେ ଶନିବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।
ସ୍ଥାନୀୟ ନିଶା ଥାନା ଅନ୍ତର୍ଗତ କାଳିଆକଟା ଗ୍ରାମର ବବୁଲ ଭୋଇ (୩୪)ଙ୍କୁ ଏକ ସାପ କାମୁଡ଼ିଥିଲା। ସାପ କାମୁଡ଼ିବା ପରେ ସେ କ୍ଷତ ସ୍ଥାନକୁ ନିଜେ କାମୁଡ଼ି ଅଧିକ କ୍ଷତାକ୍ତ କରିଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ସେଠାରେ ସାପକୁ ଉଦ୍ଧାର କରାଯାଇଥିଲା। ପରେ ବବୁଲକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ବବୁଲର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସୂଚନା ମିଳିଛି। ତେବେ ସାପକୁ ଧରି ମେଡିକାଲ ଆସିବା ଘଟଣା ସ୍ଥାନୀୟ ଅଞ୍ଚଳରେ କୌତୁହଳ ସୃଷ୍ଟି କରିଛି।