ଯୁବକଙ୍କୁ ପିଟି ସୁନା ଚେନ୍ ନେଇଗଲେ

0

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଭାଲିଆବେଡା ଗ୍ରାମର ସନତ୍ କୁମାର ପ୍ରଧାନ (୨୬)ଯୁବକକୁ ସେହି ଗ୍ରାମର ଯଶୋବନ୍ତ ଦାସ ମାଡ଼ପିଟ କରି ସୁନା ଚେନ ଛଡାଇ ନେଇଯିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ୍‌ ପକ୍ଷରୁ ୧୫୦/୨୧ ନମ୍ବରରେ ଏକ ଚୋରି ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ , ମଙ୍ଗଳବାର ପୂର୍ବାହ୍ନରେ ସନତ ନିଜ ଘରେ ଅନୁପସ୍ଥିତ ଥିଲେ ସେହି ସମୟରେ ଅଭିଯୁକ୍ତ ଯଶୋବନ୍ତ କୌଣସି କାରଣରୁ ଏକ ପାରିବାରିକ ବିବାଦ ନେଇ ସନତଙ୍କ ଘରେ ଆସି ପାଟିତୁଣ୍ଡ କରିଥିଲେ ପରେ ସନତଙ୍କ ବାପା, ମା ବୁଝାସୁଝା କରି ଯଶୋବନ୍ତକୁ ପଠାଇଦେଇଥିଲେ । ରାତି ପ୍ରାୟ ସାଢ଼େ ୮ବେଳେ ସନତ ରାସ୍ତା କଡରେ ମନସ୍ତାପରେ ବସିଥିବା ବେଳେ ଯଶୋବନ୍ତେ ହଠାତ ଆସି ମାଡ଼ପିଟ କରିଥିଲା ଏବଂ ବେକରୁ ସୁନା ଚେନ ଛଡାଇ ନେଇଥିଲେ ବୋଲି ସନତ ବୁଧବାର ଥାନାରେ ଅଭିଯୋଗ କରିଥିବା ପ୍ରକାଶ।

Leave A Reply

Your email address will not be published.

error: Content is protected !!