ଯୁବକଙ୍କୁ ଗଳା କାଟି ହତ୍ୟା, ୭ ମାସ ହେଲାଣି ଅଭିଯୁକ୍ତ ଦେଉଥିଲା ଧମକ

You are currently viewing ଯୁବକଙ୍କୁ ଗଳା କାଟି ହତ୍ୟା, ୭ ମାସ ହେଲାଣି ଅଭିଯୁକ୍ତ ଦେଉଥିଲା ଧମକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ମସୁଣିହତା ଗ୍ରାମର ବାବାଜୀ ନାଏକ(୨୫)। କାକୁଡ଼ିଆ ଗ୍ରାମର ବିଭୂତି ନାଏକ(୩୫) ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।

ଗତକାଲି ରାତି ପ୍ରାୟ ଦୁଇଟା ବେଳେ ବାବାଜୀ ନିଜ ଚାଳ ଘର ବାରଣ୍ଡାରେ ଶୋଇଥିବା ବେଳେ ବିଭୂତି ଏକ ଧାରୁଆ ଅସ୍ତ୍ରରେ ବାବାଜୀଙ୍କ ଗଳାକୁ କାଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାବାଜୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ କଣିହାଁ ପୁଲିସ ପହଞ୍ଚି ତଦନ୍ତ କରିଥିଲା। ଆଜି ସକାଳୁ ଅଭିଯୁକ୍ତ ବିଭୂତିକୁ କାକୁଡ଼ିଆ ଗାଁରୁ ଗିରଫ କରାଯାଇଛି।

ସୂଚନାରୁ ଜଣାଯାଏ, ଅଭିଯୁକ୍ତ ବିଭୂତିର ସ୍ତ୍ରୀକୁ ସାତ ମାସ ତଳୁ ବାବାଜୀ ପ୍ରେମ ବିବାହ କରି ଘରେ ରଖିଥିଲା। ସେଦିନ ଠାରୁ ବାବାଜୀକୁ ହତ୍ୟା କରିବା ନେଇ ଧମକ ଦେଇ ଆସୁଥିଲା ବିଭୂତି। ଗତକାଲି ବାବାଜୀ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ବିଭୂତି ତାଙ୍କ ବେକ କାଟି ହତ୍ୟା କରିଥିଲା। ଏକ ବାଇକରେ ଆସି ଅଭିଯୁକ୍ତ ଜଣକ ଏଭଳି ଘଟଣା ଭିଆଇଥିବା ମୃତକଙ୍କ ବାପା ପୁଲିସକୁ କହିଛନ୍ତି।

Share

Leave a Reply