କାର୍ତ୍ତିକେଶ୍ୱର ପୂଜା ଅବସରରେ ସମାଜ ମଙ୍ଗଳ କାମନା କଲେ ଯୁବ ସାମାଜିକକର୍ମୀ

You are currently viewing କାର୍ତ୍ତିକେଶ୍ୱର ପୂଜା ଅବସରରେ ସମାଜ ମଙ୍ଗଳ କାମନା କଲେ ଯୁବ ସାମାଜିକକର୍ମୀ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରଭୁ କାର୍ତ୍ତିକେଶ୍ୱର ପୂଜାମଣ୍ଡପରେ କଣିହାଁ ଓ ତାଳଚେର ବିକାଶ ମଞ୍ଚର ଯୁବ ସାମାଜିକ କର୍ମୀମାନେ ଆଶୀର୍ବାଦ ଗ୍ରହଣ କରି ସମାଜ ମଙ୍ଗଳ କାମନା କରିଛନ୍ତି।

ଯୁବ ସାମାଜିକ କର୍ମୀ ହରମୋହନ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଡ. ଦେବେନ୍ଦ୍ର ସିଂ, ସମ୍ପାଦିକା ସବିତା ରାଣୀ ସାହୁ, ବରିଷ୍ଠ ସାମ୍ବାଦିକ ମନୋଜ ଶତପଥୀ ପ୍ରମୁଖ ସାମିଲ ହୋଇଥିଲେ।

କମରେଇ ପଞ୍ଚାୟତର ଦେହୁରୀ ଭୁଇଁ ଗ୍ରାମ, ବଡ଼ତ୍ରିବିଡା, ହରିଚନ୍ଦନପୁର, କଣିହାଁ ଭୁଇଁପୁର ସମେତ ଅନେକ ପୂଜା ମଣ୍ଡପରେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ବିଭିନ୍ନ ଗ୍ରାମର ବୁଦ୍ଧିଜୀବୀଙ୍କ ସହ ଅଞ୍ଚଳର ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଆଦି ବିଷୟରେ ଆଲୋଚନା କରାଯାଇଥିଲା।

ଏହିସବୁ ସମସ୍ୟାର ସମାଧାନ ପାଇଁ ଯୁବ ସମାଜକୁ ଏକଜୁଟ ହେବାକୁ ଆହ୍ୱାନ କରାଯାଇଥିଲା ଏବଂ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବାକୁ ମତ ପ୍ରକାଶ ପାଇଥିଲା। ତାଳଚେର-କଣିହାଁ ବିକାଶ ମଞ୍ଚର ଅନେକ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିଲେ।

Share

Leave a Reply