ବଡ଼ ଭାଇ ଠେଙ୍ଗା ମାଡ଼ରେ ସାନ ଭାଇ ଆହତ, ହସ୍ପିଟାଲରେ ଭର୍ତ୍ତି

You are currently viewing ବଡ଼ ଭାଇ ଠେଙ୍ଗା ମାଡ଼ରେ ସାନ ଭାଇ ଆହତ, ହସ୍ପିଟାଲରେ ଭର୍ତ୍ତି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆମୌଜ ଗାଁରେ ଗୁରୁବାର ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇ ଆହତ ହେଇଛି।

ସୂଚନା ମୁତାବକ, ନୂଆମୌଜର ଦୁଇ ଭାଇ ଶୁକ୍ରୁ ପ୍ରଧାନ ଏବଂ ସପନା ପ୍ରଧାନଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ଚାଲିଥିଲା। ଗୁରୁବାର ଅପରାହ୍ନରେ ସପନାଙ୍କ ସ୍ତ୍ରୀ ଜାନକୀ, ଶୁକ୍ରୁଙ୍କ ସ୍ତ୍ରୀ ମୁନିଙ୍କୁ ଇଙ୍ଗିତ କରି ଗାଳି କରୁଥିଲେ। ଏହାକୁ ସପନା ପ୍ରତିବାଦ କରିଥିଲେ। ଫଳରେ ଉତକ୍ଷିପ୍ତ ହୋଇ ଶୁକ୍ରୁ ଏକ ଠେଙ୍ଗାରେ ସପନାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସପନାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସପନାଙ୍କ ପରିବାର ଲୋକ ତାଙ୍କୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ନେଇ ସପନାଙ୍କ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ମାମଲା ରୁଜୁ କରାଯାଇଛି।

Share

Leave a Reply