କାମଦେଲା‌ ଫାଷ୍ଟ ଏଡ୍ ତାଲିମ,ଗୁରୁତରକୁ ବଞ୍ଚାଇଲେ ପମ୍ପ ଅପରେଟର୍‌

You are currently viewing କାମଦେଲା‌ ଫାଷ୍ଟ ଏଡ୍ ତାଲିମ,ଗୁରୁତରକୁ ବଞ୍ଚାଇଲେ ପମ୍ପ ଅପରେଟର୍‌

ଅନୁଗୁଳ: ଅନୁଗୁଳ ସହର ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଥିଲେ ଜଣେ ଅଗ୍ନିଶମ ବିଭାଗର ଚାଳକ ତଥା ପମ୍ପ ଅପରେଟର୍‌ ଆଜି ଅପରାହ୍ନ ପ୍ରାୟ ସାଢେ଼ ୪ଟା ସମୟରେ ବୁଢ଼ୀ ଠାକୁରାଣୀ ଛକରୁ ନିଉ ଡେଲି ମାର୍କେଟ ଆଡ଼କୁ ଆସୁଥିବା ଜଣେ ଲୋକ ହଠାତ୍‌ ଯଦୁନାଥ ସଂସ୍କୃତ କଲେଜ ସାମନାରେ ଟଳି ପଡ଼ିଥିଲେ।ଅପରିଚିତ ଏହି ଲୋକ ଟଳି ପଡ଼ିବା ଦେଖି ରାସ୍ତାରେ ଯାଉଥିବା ଲୋକେ ବାଟ ଭାଙ୍ଗି ଚାଲି ଯାଇଥିଲେ। ଆଉ କିଛି ଲୋକ ଭିଡ ଜମାଇଥିଲେ କିନ୍ତୁ କେହି ଉଠାଇବାକୁ ଚେଷ୍ଟା କରୁନଥିଲେ।

ଏହି ସମୟରେ ଜିଏମ୍‌ଆର୍‌ କମ୍ପାନୀ ଅଗ୍ନିଶମ ବିଭାଗର ଡ୍ରାଇଭର ତଥା ପମ୍ପ ଅପରେଟର ମାନସ ସାମଲ ଜଣେ ସାଥିଙ୍କୁ ଧରି ସପିଙ୍ଗ ପାଇଁ ଅନୁଗୁଳ ଯାଉଥିଲେ। ହଠାତ୍‌ ଭିଡ଼ ଦେଖି ମାନସ ତୁରନ୍ତ ଗୁରୁତର ଲୋକଟି ପାଖରେ ପହଞ୍ଚି କାର୍ଡିଆକ୍‌ ମାଲିସ ଆରମ୍ଭ କରି ଦେଇଥିଲେ ଦୁଇ ମିନିଟ ଭିତରେ ଲୋକଟିର ଚେତା ଫେରି ଆସିଥିଲା। ପରେ ସ୍ଥାନୀୟ ଲୋକେ ତାକୁ ଡାକ୍ତରଖାନା ନେଇଯାଇଥିଲେ।ଫାଷ୍ଟ ଏଡ୍‌ ତାଲିମ ନେଇଥିବା ମାନସ ସାମଲ ଜଣେ ଗୁରୁତର ରୋଗୀର ଜୀବନ ବଞ୍ଚାଇଥିବାରୁ ବେଶ୍‌ ଖୁସି ପ୍ରକଟ କରିଥିଲେ।

Share

Leave a Reply