ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା: ଡ୍ରାଇଭର ଓ ହେଲପର ଗୁରୁତର

You are currently viewing ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା:  ଡ୍ରାଇଭର ଓ ହେଲପର ଗୁରୁତର

ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳରେ ଶନିବାର ଏକ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ସହ ହେଲପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ଠାକୁରଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଖବର ପାଇ ଠାକୁରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ପୋଲିସ କହିଛି ଯେ ଆଠମଲ୍ଲିକ ଅଞ୍ଚଳରୁ ବାଲି ବୋଝେଇ ଟ୍ରକ (ଓଡି ୧୯ କେ ୧୯୭୨) ବଇଣ୍ଡା ଅଭିମୁଖେ ଆସୁଥିଲା। କିନ୍ତୁ ଠାକୁରଗଡ଼ ଅଞ୍ଚଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Share

Leave a Reply