ସବୁଦିନ ନାହିଁ ଅନ୍ଧାର ରାତି: ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ କଲ୍ କରି ଯୁବକ ଗିରଫ

You are currently viewing ସବୁଦିନ ନାହିଁ ଅନ୍ଧାର ରାତି: ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ କଲ୍ କରି ଯୁବକ ଗିରଫ

ଅନୁଗୁଳ: ଜୟପୁର ବିଡ଼ିଓ ଶକ୍ତି ମହାପାତ୍ରଙ୍କୁ ଗତ ୧୫ ତାରିଖରେ ଫୋନ୍ ଆସିଲା, ‘ମୁଁ ଅନୁଗୁଳ କଲେକ୍ଟର କହୁଚି, ତୁମ ଜେଇ ଯାହାର ଅନୁଗୁଳ ବଦଳି କରାଯାଇଛି ତାହା ବାତିଲ କର’। ପ୍ରଥମେ ହଡବଡେଇ ଯାଇଥିବା ବିଡ଼ିଓ କଲ୍ ଉପରେ ସନ୍ଦେହ କରିଥିଲେ।

ଏଥିନେଇ ସେ ପଚାରିବାରୁ କଲ୍ କରିଥିବା ବ୍ୟକ୍ତି ଜଣକ ମୋତେ ଥଣ୍ଡା ହୋଇଥିବାରୁ ଏଭଳି ଶୁଭୁଛି ବୋଲି କହିଥିଲା ଶେଷରେ ବିଡ଼ିଓ ଜଣକ ଅନୁଗୁଳ ଜିଲ୍ଲାପାଳଙ୍କୁ ପଚାରିବାରୁ ଏହା ଫେକ୍ କଲ୍ ବୋଲି ଜଣାପଡିଥିଲା। ଶେଷରେ ବିଡ଼ିଓ ଥାନାକୁ ଫୋନ୍ କରି ଜଣାଇଥିଲେ। ପୋଲିସ ତଦନ୍ତ କରି ସୁଦର ବାରିକ ନାମକ ଜଣେ ଯୁବକ ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି କରିଥିବା ଜଣାପଡ଼ିଥିଲା। ତା ନାମରେ ମଧ୍ୟ ପୂର୍ବରୁ ଅନେକ ଅଭିଯୋଗ ଥିବା ଜଣାପଡିଛି।ପୋଲିସ ବିଡ଼ିଓଙ୍କ ଅଭିଯୋଗ ଉପରେ ସୁଦରକୁ ଗିରଫ କରିଛି ।

Share

Leave a Reply