ନାବାଳିକା ଅପହରଣରେ ସହାୟତାକରି ଯୁବକ ଗିରଫ

You are currently viewing ନାବାଳିକା ଅପହରଣରେ ସହାୟତାକରି ଯୁବକ ଗିରଫ

ଅନୁଗୁଳ:ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ବନ୍ତଳା ଥାନା ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକାଙ୍କୁ ଅପହରଣରେ ସହାୟତା କରିଥିବା ଅଭିଯୁକ୍ତଙ୍କୁ ବଅଁରପାଳ ପୋଲିସ ଗିରଫ କରିଛି। ସୂଚନା ଯେ ଗତ ଫେବୃଆରୀ ୯ ତାରିଖରେ ନାବାଳିକାଙ୍କୁ ବନ୍ତଳା ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗାଁର ପ୍ରଭାତ ବେହେରା ନାମକ ଜଣେ ଯୁବକ ଅଲେଖ ବେହେରା(୩୦) ନାମକ ଜଣେ ଯୁବକଙ୍କ ସହାୟତାରେ ଅପହରଣ କରିଥିଲେ। ଏ ନେଇ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଗତ ୪ ଦିନ ତଳେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ତାଙ୍କର ଡ଼ାକ୍ତରୀ ପରୀକ୍ଷା କରାଯାଇ ଅପହରଣ ମାମଲାକୁ ଦୁଷ୍କର୍ମ ମାମଲାରେ ପରିଣତ କରାଗଲା। ଏହାପରେ ପୁଣି ନାବାଳିକାଙ୍କୁ ପ୍ରଭାତ ଅପହରଣ କରିଥିବା ପୋଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ ନାବାଳିକାଙ୍କ ବୟାନକୁ ଆଧାରକରି ପୋଲିସ ଅପହରଣରେ ସହାୟତା କରିଥିବା ଅଲେଖଙ୍କୁ ବୁଧବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply