ଅନୁଗୁଳ:ଅନୁଗୁଳ ସଦର ଅବକାରୀ ବିଭାଗ ବୁଧବାର ସକାଳେ ୧୫ ଲିଟର କଫ୍ ସିରପ୍(୧୪୯ ବୋତଲ)ସହ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଅବକାରୀ ବିଭାଗ ତରଫରୁ ସହରର କେନାଲ ବନ୍ଧରେ ପାଟ୍ରୋଲିଙ୍ଗ କରାଯାଉଥିଲା। ଏହି ସମୟରେ ଜଣେ ଯୁବକ ସନ୍ଦେହ ଜନକଭାବେ କିଛି ଜିନିଷ ନେଉଥିବାରୁ ସନ୍ଦେହରେ ଜିନିଷ ଯାଞ୍ଚ କରାଯାଇଥିଲା। ସେଥିରେ ହେମୁସୁରପଡ଼ାର ମନୋଜ ଜେନା ୧୪୯ଟି ବୋତଲରେ ପ୍ରାୟ ୧୫ ଲିଟର କଫ୍ ସିରପ୍ ନେଇ ଯାଉଥିଲେ। ଏ ନେଇ ସଦର ଅବକାରୀ ବିଭାଗ ଦ୍ବାରା ଏକ ମାମଲା ରୁଜୁକରି କଫ୍ ସିରପ୍କୁ ଜବତ କରିବାସହ ଅଭିଯୁକ୍ତ ମନୋଜଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି।
୧୫ ଲିଟର କଫ୍ ସିରପ୍ ସହ ଯୁବକ ଗିରଫ
- Post published:April 12, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul