ଅନୁଗୁଳ: ସୋମବାର ରାତି ପ୍ରାୟ ଦଶଟା ସମୟରେ ପୁରୁଣା ଗଡ ବଡ଼ଦାଣ୍ଡ ସାହିର ଜନୈକ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ବଡ଼ ଦାଣ୍ଡ ସାହିର ଜମ୍ବେଶ୍ଵର ଖଟୁଆଙ୍କ ପୁଅ ଲିପୁ ଖଟୁଆ(୩୦) ଘରେ ବସିଥିବା ବେଳେ ପଲେ ହାତୀ ଘର ପାଖ ଜୋର ଡେଇଁ ସାହି ଭିତରକୁ ମାଡ଼ି ଆସୁଥିବା ଖବର ପାଇ ପଦାକୁ ବାହାରିଥିଲେ। ଗାଁ ଲୋକେ ହାତୀ ଘଉଡ଼ାଇବାକୁ ଉଦ୍ୟମ କଲାବେଳେ ଲିପୁ ମଧ୍ୟ ସେଥିରେ ସାମିଲ ହେବାକୁ ଯାଉଥିଲେ। କିନ୍ତୁ ହଠାତ୍ ଗୋଟିଏ ହାତୀ ତାଙ୍କୁ ଧରି ପକାଇ ଦଳି ଦେଇଥିଲା।ଗୁରୁତର ଲିପୁଙ୍କୁ ଅନୁଗୁଳ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ହାତୀ ଆକ୍ରମଣରେ ଯୁବକ ମୃତ
- Post published:June 13, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul