ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ତଳମୂଳ ପାଟଣା ସାହିରେ ଗ୍ୟାସ୍ ବିସ୍ଫୋରଣରେ ଗୁରୁତର ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ବାବୁଲା ସାହୁ(୪୮)। କଟକର ଏକ ଘରୋଇ ହସ୍ପିଟାଲ୍ରେ ମଙ୍ଗଳବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟ ହୋଇଛି। ବୁଧବାର ଗାଁରେ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ସୂଚନା ମୁତାବକ, ଗତ ୩ ତାରିଖ ପୂର୍ବାହ୍ଣ ୧୧ଟା ସମୟରେ ଗ୍ୟାସ୍ରେ ମାଛ ଭାଜୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଗ୍ୟାସ୍ ବିସ୍ଫୋରଣରେ ବାବୁଲାଙ୍କ ସହିତ ପରିବାରର ୬ ଜଣ ଗୁରୁତର ହୋଇଥିଲେ।












