ବିଦ୍ୟୁତ ଆଘାତରେ ଯୁବକ ମୃତ

You are currently viewing ବିଦ୍ୟୁତ ଆଘାତରେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ବଣିଆବାହାଳ ନାଏକ ସାହିର ସରୋଜ ନାଏକ(୨୯) ଆଜି ଅପରାହ୍ନରେ ଘର ପାଖ ଲିଙ୍ଗରା ଜୋରକୁ ଗାଧୋଇ ବାକୁ ଯାଇଥିବା ବେଳେ ପାଣିରେ ବିଦ୍ୟୁତ ଆଘାତ ପାଇଥିଲେ।

ସରୋଜଙ୍କ ପରିବାର ଲୋକଙ୍କ ମତେ କେହି ମାଛ ମାରିବାକୁ ଜୋରରେ ବିଦ୍ୟୁତ ସଂଯୋଗ କରିଥିଲା ସରୋଜ ଜାଣି ନପାରି ପାଣିରେ ପଶିବାରୁ ତାଙ୍କୁ ଆଘାତ ଲାଗିଥିଲା।ସରୋଜଙ୍କୁ ଅନୁଗୁଳ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Share

Leave a Reply