ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ଗୁରଙ୍ଗ ଡ୍ୟାମରେ ଅଘଟଣ। ଡ୍ୟାମରେ ଡଙ୍ଗା ବୁଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଅଁରପାଳ ବ୍ଲକ ଗୁତୁମରା ଗ୍ରାମର ପାର୍ଥସାରଥୀ ଗୋଛାୟତ (୨୭)। ସେ ଜଣେ ଲୋକୋ ପାଇଲଟ୍।
ସୂଚନା ମୁତାବକ, ପ୍ରାର୍ଥସାରଥୀଙ୍କ ସହ ଆଉ ତିନି ଜଣ ସାଙ୍ଗ ଭୋଜି କରିବାକୁ ଯାଇ ଦେଶୀ ଡଙ୍ଗା ମାଧ୍ୟମରେ ଡ୍ୟାମ୍ ମଧ୍ୟକୁ ବୁଲିବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ଡ୍ୟାମ୍ ମଧ୍ୟରେ ଡଙ୍ଗା ଓଲଟି ପଡିଥିଲା। ସେଥିରେ ଥିବା ଚାରି ଜଣ ସାଙ୍ଗ ମଧ୍ୟରୁ ତିନିଜଣ ସୁରକ୍ଷିତ ଫେରିଥିବା ବେଳେ ପ୍ରାର୍ଥ ପାଣିରେ ବୁଡି ଯାଇଥିଲେ। ସାଙ୍ଗମାନେ ସଙ୍ଗେ ସଙ୍ଗେ ଅନୁଗୁଳ ଦମକଳବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ପ୍ରାର୍ଥଙ୍କ ମୃତ୍ୟୁ ହୋଇସାରିଥିଲା। ତାଙ୍କ ମୃତ ଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯିବ।


