ଅଜଣା ବାଇକ୍ ଧକ୍କାରେ ଯୁବକ ମୃତ, ତଦନ୍ତ କରୁଛି ପୋଲିସ

You are currently viewing ଅଜଣା ବାଇକ୍ ଧକ୍କାରେ ଯୁବକ ମୃତ, ତଦନ୍ତ କରୁଛି ପୋଲିସ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ଥାନା ବାଗଡ଼ିଆ ଫାଣ୍ଡି ଭଟପାଳ ନିକଟରେ ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ବାଗଡ଼ିଆ ରଥ ସାହିର ରଞ୍ଜିତ ଦାସ ଗତ ବୁଧବାର ବିଳମ୍ବିତ ରାତିରେ କୁଡାନାଳୀରୁ ମଇଁଷି ନେଇ ଫେରୁଥିବା ବେଳେ ଭଟପାଳ ନିକଟରେ ଏକ ଅଜଣା ବାଇକ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ରଞ୍ଜିତଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଛେଣ୍ଡିପଦା ଡାକ୍ତରଖାନା ପଠାଇଥିଲେ। ପରେ ରଞ୍ଜିତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜିତଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ଛେଣ୍ଡିପଦା ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply