ପେଟରେ ପଶିଗଲା ଶାବଳ,ଜଣେ ଗୁରୁତର

You are currently viewing ପେଟରେ ପଶିଗଲା ଶାବଳ,ଜଣେ ଗୁରୁତର

ଅନୁଗୁଳ: ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ନିକଟବର୍ତ୍ତୀ ଦୁଦୁରୁକୋଟ ଗାଁର ଧରଣୀଧର ବେହେରାଙ୍କ ପେଟରେ ଶାବଳ ପଶି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଯେ,ଅପରାହ୍ନରେ ଧରଣୀ ଘର ଗୁହାଳରେ କାମ କରୁଥିବା ବେଳେ ଗାଈ ଖୁବ୍ ଜୋର୍ ରେ ଲାତ ମାରିଥିଲା। ଧରଣୀ ଏଥିରେ ପାଖରେ ଥୁଆ ହୋଇଥିବା ଶାବଳ ଉପରେ ପଡ଼ି ଯାଇଥିଲେ। ଫଳରେ ଶାବଳ ତାଙ୍କ ପେଟରେ ପଶି ପିଠି ପଟେ ବାହାରି ଯାଇଥିଲା। ଧରଣୀ ନିଜ ବଳ ଓ ସାହସ ଦେଖାଇ ଶାବଳକୁ ପେଟରୁ ନିଜେ କାଢି ସାରିବା ପରେ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାକୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ପରାମର୍ଶ ଦିଆଯାଇଛି।

Share

Leave a Reply