କଟୁରୀ ଆକ୍ରମଣରେ ଯୁବକ ଗୁରୁତର, ଅଭିଯୁକ୍ତ ଫେରାର

You are currently viewing କଟୁରୀ ଆକ୍ରମଣରେ ଯୁବକ ଗୁରୁତର, ଅଭିଯୁକ୍ତ ଫେରାର

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ଆଦିଆଘାଇ ଗ୍ରାମରେ ମଙ୍ଗଳବାର ଦ୍ୱିପ୍ରହରରେ କଟୁରୀ ଆକ୍ରମଣରେ ପ୍ରଦୀପ ଭୋଇ (୩୦) ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଭୋଇ (୩୨) ପ୍ରଥମେ ପ୍ରଦୀପଙ୍କୁ ଫୋନ କରି ବାହାରକୁ ଡାକିଥିଲେ। ପ୍ରଦୀପ ନ ଆସିବାରୁ ପୂର୍ଣ୍ଣଚନ୍ଦ୍ର ତାଙ୍କ ଘର ସମ୍ମୁଖରେ ଗାଳିଗୁଲଜ କରିଥିଲେ। ଏହା ଶୁଣି ପ୍ରଦୀପ ବାହାରକୁ ଆସି କାହିଁ ଗାଳି ଗୁଲଜ କରୁଛୁ ବୋଲି ପଚାରିବାରୁ ପୂର୍ବରୁ ଲୁଚାଇ ରଖିଥିବା ଏକ କଟୁରୀରେ ହଟାତ୍ ପୂର୍ଣ୍ଣଚନ୍ଦ୍ର ପ୍ରଦୀପଙ୍କ ମୁଣ୍ଡ,କାନ୍ଧ ଓ ହାତକୁ ହାଣି ପକାଇ ଥିଲେ । ପ୍ରଦୀପଙ୍କର ଗଭୀର କ୍ଷତ ହୋଇଥିବା ବେଳେ,ଘଟଣା ସ୍ଥଳରେ ପଡିଯାଇ ଚିତ୍କାର କରିଥିଲେ।

ଚିତ୍କାର ଶୁଣି ପରିବାର ଓ ସ୍ଥାନୀୟ ଲୋକେ ପ୍ରଦୀପଙ୍କୁ ପ୍ରଥମେ ବନ୍ତଳା ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ, ପ୍ରଦୀପଙ୍କ ସ୍ତ୍ରୀ ରଶ୍ମିତା ଭୋଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply