ଯୁବକମାନେ ଚାହିଁଲେ ସମାଜରେ ବୈପ୍ଳବିକ କ୍ରାନ୍ତି ଆଣିପାରିବେ: ଅଖିଳ ଭାରତୀୟ ଗାୟତ୍ରୀ ପରିବାର

You are currently viewing ଯୁବକମାନେ ଚାହିଁଲେ ସମାଜରେ ବୈପ୍ଳବିକ କ୍ରାନ୍ତି ଆଣିପାରିବେ: ଅଖିଳ ଭାରତୀୟ ଗାୟତ୍ରୀ ପରିବାର

ଅନୁଗୁଳ : ଅଖିଳ ଭାରତୀୟ ଗାୟତ୍ରୀ ପରିବାର ଆନୁକୂଲ୍ୟରେ ଦିନିକିଆ ଯୁବ ଚେତନା ଶିବିର ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏ ଅବସରରେ ଯୁବକ ମାନେ ଚାହିଁଲେ ସମାଜରେ ବୈପ୍ଳବିକ କ୍ରାନ୍ତି ଆଣିପାରିବେ ବୋଲି ମତ ପ୍ରକାଶ ପାଇଛି। ବିଶ୍ବର ୭୦ ଭାଗ ଯୁବକ ଭାରତରେ ବାସ କରନ୍ତି। ଏଣୁ ଭାରତକୁ ଯୁବାରାଷ୍ଟ୍ର ବୋଲି ମଧ୍ୟ କୁହାଯାଏ। ସବୁ ପ୍ରକାର ବିଷମ ପରିସ୍ଥିତିକୁ ସାମ୍ନା କରିବାକୁ ଯୁବକ ସକ୍ଷମ ହୋଇଥାନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଆସନ୍ତା ଅକ୍ଟୋବର ୧୪ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରାଜ୍ୟସ୍ତରୀୟ ଯୁବ ଚେତନା ଶିବିର ଅନୁଷ୍ଠିତ ହେବ। ଏଥିରେ ଅଖିଳ ଭାରତୀୟ ଗାୟତ୍ରୀ ପରିବାର ଯୁବା ପ୍ରକୋଷ୍ଠର ମୁଖ୍ୟ ଚିନ୍ମୟ ପାଣ୍ତ୍ୟା ଯୋଗ ଦେବାର ରହିଛି ବୋଲି ଗାୟତ୍ରୀ ପରିବାର ରାଜ୍ୟ ଯୁବ ସଂଯୋଜକ ସତ୍ୟଜିତ୍ ମହାନ୍ତି ପ୍ରକାଶ କରିଛନ୍ତି। ଆଜିର କାର୍ଯ୍ୟକ୍ରମକୁ ପରିବାରର ଯୁବା ପ୍ରଭାରୀ ବସନ୍ତ କୁମାର ନାଥ ପରିଚାଳନା କରିଥିବା ବେଳେ ବସନ୍ତ ଗଡନାୟକ, ନରେଶ ବେହେରା, କିଶୋରୀ ଚନ୍ଦ୍ର ମିଶ୍ର, ସତ୍ୟାନନ୍ଦ ପ୍ରଧାନ ମଞ୍ଚାସୀନ ରହିଥିଲେ।

Share

Leave a Reply