ଅନୁଗୁଳ: ଅନୁଗୁଳ ଜିଲ୍ଲାର ନିଃସହାୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ଲାଗି ଆଜି ଗଠିତ ହୋଇଛି ”ଜିଲ୍ଲା ରୋଗୀ ସେବା ସୁରକ୍ଷା ମଞ୍ଚ”। ସ୍ଥାନୀୟ ମାଳତୀ ବିହାର ସ୍ଥିତ ମାନବ ସେବାଶ୍ରମ ପ୍ରାଙ୍ଗଣରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକରେ ଏହି ମଞ୍ଚ ପାଇଁ ସମ୍ମତି ମିଳିଥିଲା। ଏ ଅବସରରେ ନୂତନ କର୍ମକର୍ତ୍ତାଙ୍କୁ ମଧ୍ୟ ଚୟନିତ କରାଯାଇଛି।
ଅନୁଷ୍ଠାନର ଆବାହକ ଭାବରେ ଚିନ୍ମୟୀ ଦାସ, ସଭାପତି ସୁଧାକର ସାହୁ, ସାଧାରଣ ସମ୍ପାଦକ ହୋମଦ୍ୟୁତି ବେହେରା, ଉପସଭାପତି ଶ୍ରୀକାନ୍ତ ସାହୁ, ସହକାରୀ ସଂପାଦକ ଅମ୍ବିକା କୁମାର ଲେଙ୍କା, କୋଷାଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର, ସହକାରୀ କୋଷାଧ୍ୟକ୍ଷ ତନ୍ମୟ ବିଶ୍ଵାଳ, ଉପଦେଷ୍ଟା ଭାବରେ ବିଶ୍ଵରଞ୍ଜନ ପଟ୍ଟନାୟକ, ବିଷ୍ଣୁଚରଣ ବେହେରା, ନିରଞ୍ଜନ ସାହୁ, ଭୀଷ୍ମ ସାହୁ, ଜିତୁ ନାଏକ, ବୈରାଗୀ ସେଠ, ନିରଞ୍ଜନ ନାଏକ ଓ ମିଡ଼ିଆ ସେଲ ଭାବରେ ଅନନ୍ତ ବାରିକ, ସୁବ୍ରତ ବେହେରା, ଆଇନ ପରାମର୍ଶଦାତା ଭାବେ ଲିଟନ, ପତିତପାବନ ବାଡିଆ ଓ ଶ୍ରୀକାନ୍ତ ସାହୁଙ୍କୁ ଚୟନ କରାଯାଇଛି।
କାର୍ଯ୍ୟକ୍ରମରେ ସାମାଜିକ ଅନୁଷ୍ଠାନ ଉତ୍କର୍ଷ ପରିବାର, ଜୟ ଜଗନ୍ନାଥ ସ୍ଵେଚ୍ଛାସେବୀ ଅନୁଷ୍ଠାନ, କୋହିନୂର ଯୁବକ ସଂଘ, ଶେଷ ଜୀବନ ସାଥି, ମା ଫାଉଣ୍ଡେସନ, ଉତ୍ସର୍ଗ ପରିବାର, ସତ୍ୟସାଇ ଅନୁଷ୍ଠାନ, ଛୋଟ ଏକ ପ୍ରୟାସ, ଫ୍ରେଣ୍ଡସ କ୍ଲବ୍, ମାନବ ସେବା ମାଧବ ସେବା ଭଳି ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ଆଶ୍ରମ ଚାରିପାଖ ସଫେଇ କରି ବିଭିନ୍ନ ଫଳ ଗଛ ରୋପଣ କରିଥିଲେ। ତେବେ ଆଗାମୀ ଦିନରେ ଅନାଥ ଓ ଅସହାୟଙ୍କୁ ମାନବ ସେବାଶ୍ରମରେ ଥଇଥାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।