ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଳଛତ୍ର

You are currently viewing ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଳଛତ୍ର

ଅନୁଗୁଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସ୍କାଉଟ ଏବଂ ଜୁନିଅର ରେଡକ୍ରସ ୟୁନିଟର ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ବସ ଷ୍ଟାଣ୍ଡ ଠାରେ ଏକ ଜଳଛତ୍ର ଖୋଲାଯାଇଛି। ଅନୁଗୁଳର ତାପ ମାତ୍ରା ୪୩ ଡିଗ୍ରୀ ଟପିଲା ପରେ ସାଧାରଣ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି। ଏଭଳି କ୍ଷେତ୍ରରେ ଜଳଛତ୍ରର ଆବଶ୍ୟକତା ଅଧିକ। ଜିଲ୍ଲା ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନାଙ୍କ ତତ୍ତ୍ଵାବଧାନରେ ଖୋଲିଥିବା ଏହି ଜଳଛତ୍ରକୁ ସ୍କାଉଟ୍ ଓ ଗାଇଡ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।ସେମାନେ ବାଟୋଇମାନଙ୍କୁ ଥଣ୍ଡା ପାଣି ଓ ଦହି ସରବତ ବଣ୍ଟନ କରିଥିଲେ।

Share

Leave a Reply