ବଜାରରେ ଛାଇ ଗଲାଣି ବିଭିନ୍ନ କିସମର ଧନୁ ମୁଆଁ

0

ଅନୁଗୁଳ: ପୌଷ ମାସର ପ୍ରଥମ ଦିନ ହେଲା ଧନୁ ସଂକ୍ରାନ୍ତି l ଏହି ଦିନରୁ ପୁରୀ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ଯାଏ ଚାଲିଥାଏ l ଏହି ସମୟରେ ପ୍ରଭାତୀ କୀର୍ତ୍ତନ ବନ୍ଦ ରହେ l ପୁଷମାସରେ ଧାନ ଅମଳ ପରେ ଉଖୁଡା ବା ମୁଆଁର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ଅଭିନ୍ନ ଅଙ୍ଗ l ଏଣୁ ଧନୁ ସଂକ୍ରାନ୍ତି ରେ ଠାକୁରଙ୍କ ନିକଟରେ ମୁଆଁ ଭୋଗ ଲାଗି କରାଯାଏ l ଏବେ ଅନୁଗୁଳ ମାର୍କେଟରେ ଗୁଡ ଓ ଚିନିରେ ପ୍ରସ୍ତୁତ ମୁଆଁ ବିକ୍ରି ହେଉଛି l ଜିଲ୍ଲା ତଥା ଜିଲ୍ଲା ବାହାରୁ ମୁଆଁ ବ୍ୟବସାୟୀମାନେ ସଂଗ୍ରହ କରୁଛନ୍ତି। ବର୍ଷର ଏହି ନିର୍ଦ୍ଦିଷ୍ଟ ସମୟରେ ହିଁ ଉପଲବ୍ଧ ସ୍ଵତନ୍ତ୍ର ମୁଆଁ ପ୍ରତି ଗ୍ରାହକଙ୍କ ଆକର୍ଷଣ ବଢ଼ୁଛି।

Leave A Reply

Your email address will not be published.

error: Content is protected !!