ଟିକରପଡ଼ାକୁ ଆସିଲା ୪ ବୋଟ୍‌

You are currently viewing ଟିକରପଡ଼ାକୁ ଆସିଲା ୪ ବୋଟ୍‌

ବନ୍ତଳା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ଗଣ୍ତରେ ଶନିବାର ପହଞ୍ଚିଛି ୪ଟି ନୂତନ ବୋଟ୍‌। ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ବୋଟ୍‌ ପ୍ରଦାନ କରାଯାଇଛି। ଏଥିରେ ୨୦ ସିଟ୍‌ ବିଶିଷ୍ଟ ଦୁଇଟି ଓ ୧୦ ସିଟ୍‌ ବିଶିଷ୍ଟ ଦୁଇଟି ବୋଟ୍‌ ରହିଛି। ଖୁବ୍‌ ଶୀଘ୍ର ଆଉ ଦୁଇଟି ନୂତନ ବୋଟ୍‌ ଆସିବ ବୋଲି ଜଣାପଡ଼ିଛି।
୪୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ବ୍ୟୟରେ ଏହି ୪ଟି ବୋଟ୍‌ କିଣାଯାଇଛି। ପର୍ଯ୍ୟଟକମାନେ ଏହି ବୋଟ୍‌ରେ ବସି ସାତକୋଶିଆ ଗଣ୍ତର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ବିରଳ ପ୍ରଜାତିର ଘଡ଼ିଆଳ ଓ ମଗର କୁମ୍ଭୀରଙ୍କ ବିଚରଣ ଦେଖିପାରିବେ। ସେହିପରି ବିଦେଶୀ ପକ୍ଷୀ ଓ ଗଣ୍ତର ଉଭୟ ପାର୍ଶ୍ବରେ ଥିବା ସବୁଜ ପାହାଡ଼ର ମନୋରମ ଦୃଶ୍ୟ ବି ଉପଭୋଗ କରିପାରିବେ। ପୂର୍ବରୁ ୬ଟି ନୂତନ ବୋଟ ଅଣାଯାଇଥିଲା। ସେଥିରୁ ଜିଲିଣ୍ତା ରେଞ୍ଜ ବାଲିପୁଟକୁ ଦୁଇଟି ନିଆଯାଇଛି। ସମସ୍ତ ବୋଟକୁ ମିଶାଇ ସାତକୋଶିଆ ଗଣ୍ତରେ ବର୍ତ୍ତମାନ ୧୦ଟି ବୋଟ ରହିଛି।

Share

Leave a Reply