ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କୁ ପୁଲିସ ଶୁକ୍ରବାର ଗିରଫ କରିବାରେ ସଫଳ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ୧୮ ବର୍ଷର ଜଣେ ବିବାହିତା ମହିଳା ଗତ ୭ ତାରିଖ ରାତିରେ ତାଙ୍କ ଘରେ ଶୋଇଥିବା ବେଳେ ଶାଳଖମଣ ଗାଁର ନିକୁଞ୍ଜ ପ୍ରଧାନ(୪୦) ତାଙ୍କ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏ ନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ଅଭିଯୁକ୍ତ ନିକୁଞ୍ଜ ଘରୁ ଫେରାର ଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଶୁକ୍ରବାର ନିକୁଞ୍ଜଙ୍କୁ ଗିରଫ କରିବାରେ ସଫଳ ହୋଇଛି।