ଆବାସ ଦୁର୍ନୀତି: ବ୍ଲକ୍ ଅଫିସ ଘେରିଲା ବିଜେପି

0

ଅନୁଗୁଳ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ତାଳଚେର ବ୍ଲକ୍ ଅଫିସ୍ ଘେରାଉ କରିଛି ବିଜେପି । ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ରାଜ୍ୟରେ ପ୍ରାୟ ଏକ ହଜାର କୋଟି ଟଙ୍କାର ଆବାସ ଦୁର୍ନୀତି ନେଇ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଶ୍ରୀ ସାମଲ, ଆବାସ ଯୋଜନାରେ ଅନିୟମିତତା, ବଣ୍ଟନରେ ପ୍ରିୟାପ୍ରୀତି ତୋଷଣ, ଘର ସମ୍ପୂର୍ଣ୍ଣ ନହୋଇ ମିଥ୍ୟା ବିଲ କରାଯାଉଥିବାର ଅଭିଯୋଗ ଉଠାଇଥିଲେ। ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଉପାଧ୍ୟକ୍ଷା ସୁବର୍ଣ୍ଣା ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅନୁପମା ପ୍ରଧାନ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଇଂ ମାନସ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ଲିଗାଲ ସେଲ ଅଧ୍ୟକ୍ଷ ପେସ୍କାର ଗଡ଼ନାୟକ, ଜିଲ୍ଲା ମିଡ଼ିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ବରିଷ୍ଠ ନେତା ନିରଞ୍ଜନ ପ୍ରଧାନ, ଉଚ୍ଛନ୍ନ ପଟ୍ଟନାୟକ, ମଣ୍ଡଳ ସଭାପତି ବରୁଣ ସାହୁ, ଚିନ୍ତାମଣ୍ଡି ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ମଣ୍ଡଳ ସଭାପତି ନରେନ୍ଦ୍ର ସାହୁ ଏବଂ ନରେଶ ଚନ୍ଦ୍ର ବେହେରା, ପୁଲିନ ବିହାରୀ ନାୟକ, ସହଦେବ ସାହୁ, ନିରୋଜ ଦାସ, ସନ୍ତୋଷ କୁମାର ମହାସୁପକାର, କାଳନ୍ଦୀ ପ୍ରଧାନ, ସୁନୀଲ ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଏଥିରେ ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!