ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ନାଲ୍କୋ ଥାନା ଇଲାକା ଗିରଙ୍ଗରେ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରାଯାଇଛି। ଏହି ବେଆଇନ୍ କାରବାର କରୁଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି। । ଗିରଫ ମହିଳା ହେଲେ ବିରାଙ୍ଗ ଗ୍ରାମର ଜୁନି ସାହୁ (୩୫) । ଅବକାରୀ କର୍ମଚାରୀ ତାଙ୍କୁ ବ୍ରଉନ୍ସୁଗର ବିକ୍ରି କରୁଥିବା ବେଳେ ଧରିବା ସହ ତାଙ୍କ ଠାରୁ ନଗବ ୩୮ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି।ଅବକାରୀ ବିଭାଗ ସୂଚନା ମୁତାବକ ଦୀର୍ଘଦିନ ହେଲା ଅଭିଯୁକ୍ତ ମହିଳା ଲୁଚାଛପାରେ ବ୍ରାଉନ୍ସୁଗର କାରବାର କରୁଥିଲେ। ସ୍ଥାନୀୟ ଅଞ୍ଚଳର ଯୁବପିଢି ଠାରୁ ଆରମ୍ଭ କରି ଅନୁଗୁଳ ସହରର କିଛି ନିଶାଡ଼ି ତାଙ୍କର ନିୟମିତ ଗ୍ରାହକ। ସେ ଖୋର୍ଦ୍ଧାରୁ ବ୍ରାଉନ୍ସୁଗର ଆଣି ଏଠାରେ ବେପାର ଚଳାଇଥିଲେ।ଜବତ ବ୍ରାଉନସୁଗରର ମୂଲ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ। ବୁଧବାର ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି । ଚକରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୋବାଇଲ୍ ସ୍କ୍ୱାର୍ଡର ଏସ୍ଆଇ ସଞ୍ଜିତ କୁମାର ଶର୍ମା ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।
ବ୍ରାଉନ୍ସୁଗର ଜବତ, ମହିଳା ଗିରଫ
- Post published:August 26, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
