ବରପଦାରେ ଅବକାରୀ ଚଢ଼ଉ, ବିପୁଳ ପରିମାଣର ମଦ ଜବତ, ମହୁଲ ପୋଚ ନଷ୍ଟ

0

ତାଳଚେର : ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ତାଳଚେର ବ୍ଲକର ବରପଦା ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହ ମହୁଲ ପୋଚ ନଷ୍ଟ କରାଯାଇଛି । ବରପଦା ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରିଥିବା ବେଳେ ମଦ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ନଷ୍ଟ କରାଯାଇଥିବା ମଦ ଓ ପୋଚର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଫେରାର ମଦ ମାଫିଆମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ସୂଚନା ଦିଆଯାଇଛି। ଇନିସ୍ପେକ୍ଟର କରୁଣା ଶଙ୍କର ତିୱାରୀଙ୍କ ନେତୃତ୍ବରେ ସରୋଜ ସାହୁ, ସନ୍ତୋଷ ସାହୁ, ସୋନୁ ନାଏକ, ମମତା ପଲେଇ ଓ କୁନ୍ତଳା ବେହେରା ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।

Leave A Reply

Your email address will not be published.

error: Content is protected !!