ନୁଥୁରିପଶିରେ ମାଗେ ପରବ

0

ଅନୁଗୁଳ: ପାଲଲହଡା ବ୍ଳକ୍‌ର ଆଦିବାସୀ ବହୁଳ ନୁଥୁରିପଶି ଗ୍ରାମରେ ମାଗେ ପର୍ବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ମାଘ ମାସରେ ଏହି ପର୍ବ ପାଳିତ ହୋଇଥାଏ । ଗ୍ରାମର ପୂଜକ ଗୁରୁଚରଣ ସୁଣ୍ଢି ଓ ପ୍ରଧାନ ହେମରମ ମିଶି ପରମ୍ପରା ଅନୁଯାୟୀ ଆଦିବାସୀଙ୍କ ଇଷ୍ଟ ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ । ଗ୍ରାମ ସଭାପତି କଲାଇ ସୁଣ୍ଢିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସରୋଜ କୁମାର ସାହୁ, ଗଣମାଧ୍ୟମ ପ୍ରତିନିଧି ପୀତାମ୍ବର ନାୟକ, ଯୁଗଳ କିଶୋର ଜିତ, ପୂର୍ବତନ ସରପଞ୍ଚ ନରେନ୍ଦ୍ର ଗାଗରାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ଅଞ୍ଚଳରୁ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କର ସମାବେଶ ହୋଇଥିଲା। ମହିଳା ଓ ପୁରୁଷ ଏକତ୍ରିତ ହାଇ ଚାଙ୍ଗୁ ଓ ମାଦଲର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ । ଏହି ଉତ୍ସବ ତିନି ଦିନ ଧରି ଆୟୋଜିତ ହୋଇଥଲା।

Leave A Reply

Your email address will not be published.

error: Content is protected !!