ପୌରପାଳିକା ଅକ୍ତିଆର କଲା କଲ୍ୟାଣ ମଣ୍ଡପ

You are currently viewing ପୌରପାଳିକା ଅକ୍ତିଆର କଲା କଲ୍ୟାଣ ମଣ୍ଡପ

ଅନୁଗୁଳ: ବହୁ ବାଦବିବାଦ ପରେ ପୌରପାଳିକା ହାତକୁ ଯାଇଛି ଅନୁଗୁଳ ଅମଲାପଡ଼ାର ଦୁର୍ଗାପୂଜା ପଡ଼ିଆ। ପୌର କର୍ତ୍ତୃପକ୍ଷ ଶୁକ୍ରବାର ସକାଳେ ସଦଳବଳ ଯାଇ ବେଆଇନ୍ କଲ୍ୟାଣ ମଣ୍ଡପ ସହ ବିବାହ ମଣ୍ଡପକୁ ସିଲ୍ କରିଛନ୍ତି। ଆଇନ୍‌ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ପୌରପାଳିକା, ପୁଲିସ୍ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସାରା ପଡ଼ିଆକୁ ଅକ୍ତିଆରକୁ ନେଇଥିଲେ। ଟେଷ୍ଟ ହାଉସ୍ ମାଲିକଙ୍କ ଦ୍ୱାରା ନିର୍ମିତ ସମସ୍ତ ବେଆଇନ୍ ନିର୍ମାଣରେ ତାଲା ଝୁଲାଇଥିଲେ । ଏଣିକି ପୌରପାଳିକାର ବିନା ଅନୁମତିରେ କେହି ପଡ଼ିଆରେ ପ୍ରବେଶ କରିପାରିବେନି ନାହିଁ ବୋଲି ସୂଚିତ କରିଦିଆଯାଇଛି । ପ୍ରଶାସନର ଏହି ଉଚ୍ଛେଦ ଅଭିଯାନ ଦେଖିବା ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।
ପୌର ନିର୍ବାହୀ ଅଧିକାରୀ ଗିରିଜା ମଲ୍ଲିକଙ୍କ ସମେତ ପୌରପାଳିକାର ସମସ୍ତ କର୍ମଚାରୀ ପଡ଼ିଆ ସିଲ୍ କରିଥିଲେ । ଅନୁଗୁଳ ଏସ୍‌ପିଓ ଭବାନୀ ଶଙ୍କର ଉଦ୍‌ଗାତା, ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ, ଆସିଷ୍ଟା କଲେକ୍ଟର ଦୋଳଗୋବିନ୍ଦ ସାହୁ, ଅତିରିକ୍ତ ତହସିଲ୍‌ଦାର ପ୍ରଶାନ୍ତ ସିଂ ପ୍ରମୁଖ ଏହି ସିଲ୍ ସମୟରେ ଉପସ୍ଥିତ ଥିଲେ।

Share

Leave a Reply