ଅନୁଗୁଳ: ଆଇଏମ୍ଏ ଏବଂ ଓମସା ପକ୍ଷରୁ ଜୁନ୍ ୧୮ ତାରିଖରେ ଜାତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଡାକ୍ତର ମାନେ କଳା ବ୍ୟାଜ୍ ପରିଧାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କୋଭିଡ୍ ସମୟରେ କର୍ତ୍ତବ୍ୟରତ ଡାକ୍ତର ମାନଙ୍କୁ ଆକ୍ରମଣ କରୁଥିବା ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, କରୋନା ରୋଗୀଙ୍କ ଚିକିତ୍ସା ସମୟରେ ସହିଦ ହୋଇଥିବା ଡାକ୍ତର ମାନଙ୍କୁ ଚିହ୍ନଟକରି ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ମ୍ୟୁକରମାଇକୋସିସ୍ ଭଳି ଦୁଃସାଧ୍ୟ ରୋଗ ଏବଂ ପୋଷ୍ଟ କୋଭିଡ୍ ଚିକିତ୍ସା ଉପରେ ଏକ ରିସର୍ଚ୍ଚ ସେଲ୍ ଗଢିବାକୁ ଡାକ୍ତରମାନେ ଦାବି କରିଥିଲେ। ସଙ୍ଘ ପକ୍ଷରୁ ଡ଼ା.ବିନୟ କୁମାର ନାଥ, ଡ଼ା. ପ୍ରଭାତ ପଣ୍ଡା, ଡ଼ା. ବିଛନ୍ଦ ଚରଣ ପ୍ରଧାନ, ଡ଼ା. ପି. କେ.ସାହୁ, ଡ଼ା. ବିଶ୍ଵଜିତ ସାମଲଙ୍କ ସମେତ ଅନୁଗୁଳ ସିଡିଏମ୍ଓ ଡ଼ା. ତ୍ରିଲୋଚନ ପ୍ରଧାନ ପ୍ରମୁଖ ଏହି ପ୍ରତିବାଦରେ ସମିଲ ହୋଇଥିଲେ।
ଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ ଦିବସ
- Post published:June 19, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
