Sunshine Communication

ନାବାଳିକା ୮ ମାସର ଗର୍ଭବତୀ

ଧରାପଡ଼ିଲା ନାବାଳିକ

0

ଅନୁଗୁଳ: ପାଳଲହଡ଼ା ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକା ଏବେ ୮ମାସର ଗର୍ଭବତୀ। ପୀଡ଼ିତା ନାବାଳିକାର ବାପା ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ଜଣେ ୧୭ ବର୍ଷର ନାବାଳକ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା। ଏ ଘଟଣା କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲା ।ପୀଡ଼ିତା ନାବାଳିକା ଭୟରେ ଏକଥା କାହାକୁ କହିନଥିଲେ । ସେ ୮ ମାସର ଗର୍ଭବତୀ ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଗାଁ ସମାଜରେ ବୈଠକ ପରେ ଏହାର ସମାଧାନ ହୋଇନପାରିବାରୁ ଥାନାରେ ଅଭିଯୋଗ କଲେ ବୋଲି ପୀଡ଼ିତାର ବାପା ଜଣାଇଛନ୍ତି । ପୁଲିସ ଉଭୟଙ୍କର ଡାକ୍ତରୀ ପରୀକ୍ଷା କରିଥିଲା। ନାବାଳିକାଙ୍କୁ ପୁଲିସ ତାଙ୍କ ବାପା, ମାଆଙ୍କୁ ହସ୍ତାନ୍ତର କରିଥିବାବେଳେ ପୋକସୋ ଆଇନରେ ନାବାଳକ ବିରୋଧରେ ମାମଲା ରୁଜୁକରି ତାକୁ ଜୁଭେନାଇଲ୍‌ ଜଷ୍ଟିସ୍ ବୋର୍ଡ଼କୁ ପଠାଇଛି । ପୁଲିସ ଏସ୍ଆଇ କୁମୁଦିନୀ ଷଣ୍ଢ ଘଟଣାର ତଦନ୍ତ କରୁଛନ୍ତି।

 

Puspa Facial Hub

Leave A Reply

Your email address will not be published.