Sunshine Communication

କୃଷି ସଚେତନତା ରଥ ଉଦ୍‌ଘାଟିତ

0

ତାଳଚେର: ତାଳଚେର କୃଷି ସେବା ଓ ପରାମର୍ଶ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ କୃଷି ସଚେତନତା ରଥ ଉଦ୍‌ଘାଟିତ ହୋଇଛି। ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା, କୃଷି ରଥର ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ‘ଆତ୍ମା’ର ଅଧ୍ୟକ୍ଷ ନରେଶଚନ୍ଦ୍ର ବେହେରା, ଜିଲ୍ଲା କୃଷି ଅଧିକାରୀ ହରିହର ବାରିକ, କୃଷି ଅଧିକାରୀ ମଳୟ ପରିଡ଼ା, ସହକାରୀ କୃଷି ଅଧିକାରୀ ନାରାୟଣଚନ୍ଦ୍ର ସାହୁଙ୍କ ସମେତ ଆତ୍ମାର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ରଥ ତାଳଚେର, କଣିହାଁ ଓ ପାଳଲହଡ଼ା ବ୍ଲକର ସମସ୍ତ ପଞ୍ଚାୟତ ପରିକ୍ରମା କରି ସରକାରଙ୍କ କୃଷି ଯୋଜନା ଉପରେ ଜନସାଧାରଣଙ୍କୁ ଅବଗତ କରିବା ଏହା ସହିତ ପାଲା, ଦାସକାଠିଆ ପ୍ରଭୃତି ଲୋକନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ଚାଷ ସଂପର୍କରେ ସଚେତନ କରିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି ।

Puspa Facial Hub

Leave A Reply

Your email address will not be published.