ଅନୁଗୁଳ: ସରକାରୀ ସ୍କୁଲର ଉନ୍ନତି ପାଇଁ ସରକାର ‘ପୋଷ୍ୟ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜିଲ୍ଲାର ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି ଲୋକ ପ୍ରତିନିଧି, ସବୁ ସ୍ତରରେ ଏଥିନେଇ ସେତେଟା ପ୍ରୟାସ ଆରମ୍ଭ ହୋଇନଥିବା ବେଳେ ବନ୍ତଳା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗାଚରଣ ପ୍ରଧାନ ଶନିବାର ବନ୍ତଳା ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ବେସରକାରୀ ବିଦ୍ୟାଳୟ ପରି ବନ୍ତଳା ହାଇସ୍କୁଲର ବିକାଶ କରିବାକୁ ସେ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି । ଗୁଣାତ୍ମକ ଶିକ୍ଷାଦାନ ସହିତ ଭିତ୍ତିଭୂମି ଦିଗରେ ସେ ବ୍ୟକ୍ତିଗତ ଭାବରେ ଧ୍ୟାନ ଦେବେ ବୋଲି କହିଛନ୍ତି । ପୋଷ୍ୟ ସ୍କୁଲ ଗ୍ରହଣ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ, ସିଆରସିସି ଦିଲ୍ଲୀପ କୁମାର ସାହୁ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।