CADLAB

‘ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ହେଉ’

0

ତାଳଚେର: ରାଜ୍ୟ ସାମ୍ବାଦିକ ସଂଘ(ଓଡ଼ିଶା) ସହବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ତାଳଚେର ସହରର ରାଣୀପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦ୍ବାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବା, ପ୍ରେସ୍ ଏକାଡ଼େମୀ ଗଠନ କରାଯିବା, ଜିଲ୍ଲା ମୁଖ୍ୟାଳୟ ଓ ସଦର ମହକୁମାରେ ସାମ୍ବାଦିକଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବା, ସାମ୍ବାଦିକମାନଙ୍କୁ ସରକାରୀ ସ୍ବୀକୃତି ପ୍ରଦାନ କରାଯିବା, ସାମ୍ବାଦିକମାନଙ୍କ ବସ୍ ଯାତ୍ରା ଓ ଟୋଲ ଗେଟ୍ ଫି ଛାଡ଼ କରାଯିବା, ମାଜିଥିଆ ବେତନ ଆୟୋଗ ସୁପାରିଶକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ସହ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଏକ ବନ୍ଧୁ ମିଳନର ଆୟୋଜନ କରାଯିବା ସହ ସାମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଅଭିଯୋଗ ଓ ଆକ୍ରମଣକୁ କିଭଳି ଭାବେ ଆଗାମୀ ଦିନରେ ପ୍ରତିହତ କରାଯାଇପାରିବ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.