ଅନୁଗୁଳ: ପୌରପାଳିକା ଟାଉନ୍ହଲ୍ରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସ˚ଗ୍ରାମ ରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ କରିଥିଲେ ଢେଙ୍କାନାଳ ସା˚ସଦ ମହେଶ ସାହୁ। ସାମ୍ବାଦିକମାନେ ରାଷ୍ଟ୍ରର, ଗଣତନ୍ତ୍ରର ସୁରକ୍ଷାକାରୀ। ଏକ ସୁସ୍ଥ, ଭ୍ରଷ୍ଟାଚାରରହିତ ସୁନ୍ଦର ସମାଜ ଗଠନରେ ସାମ୍ବାଦିକର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ସାହୁ କହିଥିଲେ। ମୁଖ୍ୟବକ୍ତା ରୂପେ ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ୍ ଆଇଜି ନରସି˚ହ ଭୋଳ ଯୋଗ ଦେଇ କରୋନା ମହାମାରୀ ପ୍ରକୋପ ସମୟରେ ସାମ୍ବାଦିକମାନେ ଯେଭଳି ନିଷ୍ଠାପର ଭାବେ ଦାୟିତ୍ବ ସ˚ପାଦନ କରିଥିଲେ ତାର ଉଚ୍ଚ ପ୍ରଶ˚ସା କରିଥିଲେ। ସମାରୋହରେ ବରିଷ୍ଠ ସାମ୍ବାଦିକ ବିଶ୍ବର˚ଜନ ପଟ୍ଟନାୟକଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ରତ୍ନାକର ଭୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ତପନ ଦାସ ଅତିଥି ପରିଚୟ, ଦୁଷ୍ୟନ୍ତ ନାଥ ବେଦ ପାଠ ଓ ଭିକାରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ପରଲୋକଗତ କରୋନା ଯୋଦ୍ଧା ସାମ୍ବାଦିକମାନଙ୍କ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସମରେଶ ନାଥ, ଶୁଭ୍ରା˚ଶୁ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।