maa mangala vihar

ଦୁର୍ଗମ ପାହାଡିଆ ଅଞ୍ଚଳରେ ମିଳିବ ମୋବାଇଲ ସେବା!

0

ଅନୁଗୁଳ: ସରକାର ଅନଲାଇନ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି l କୋଭିଡ କଟକଣା ଥିବାରୁ ସ୍କୁଲ ଖୋଲିପାରୁନାହିଁ l ତେବେ ସାତକୋଶିଆର ଦୁର୍ଗମ ଅଞ୍ଚଳ ତଥା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅନୁଗୁଳ, କିଶୋରନଗର ଓ ଆଠମଲ୍ଲିକ ବ୍ଲକର ଅନେକ ଗାଁ ରେ ନେଟୱର୍କ ନଥିବାରୁ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିପାରୁନାହାନ୍ତି l ଏ ପ୍ରସଙ୍ଗରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଏୟାରଟେଲ, ଜିଓ ଓ ବିଏସଏନଏଲ୍ କମ୍ପାନୀ ସହ କଥାବାର୍ତ୍ତା ହୋଇ ସମସ୍ୟାର କିଭଳି ସମାଧାନ ହେବ ସେଥିନେଇ ଉଦ୍ୟମ ଚଳାଇଛନ୍ତି ବୋଲି ଏକ ପ୍ରେସ୍ ବାର୍ତ୍ତାରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.