ଅନୁଗୁଳ: ଅନୁଗୁଳରେ ନିରାମୟ ଔଷଧର ଘୋର ଅଭାବ ବେଳେ ରୋଗୀମାନେ ଜନଔଷଧୀ ଷ୍ଟୋର ଉପରେ ବହୁଳ ଭାବେ ନିର୍ଭର କରିଥାନ୍ତି। କିନ୍ତୁ ଏହି ଷ୍ଟୋରରେ ମଧ୍ଯ ସବୁବେଳେ ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଉଛି। ଫଳରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସପ୍ତାହରେ ୬ ଦିନ ବିଭିନ୍ନ ସୁପର ସ୍ପେଶାଲିଷ୍ଟ ଡାକ୍ତର କଟକ, ଭୁବନେଶ୍ବରରୁ ଆସୁଛନ୍ତି। କାର୍ଡିଓଲୋଜି, ନ୍ୟୁରୋଲୋଜି, ୟୁରୋଲୋଜି, ଗ୍ୟାସ୍ଟ୍ରୋଏଣ୍ଟ୍ରୋଲଜି ଆଦି ବିଭାଗର ଡାକ୍ତରମାନେ ଯେଉଁ ଔଷଧ ଲେଖୁଛନ୍ତି ତାହା ନା ନିରାମୟ ନା ଜନ ଔଷଧୀ ଷ୍ଟୋରରେ ମିଳୁଛି। ଫଳରେ ରୋଗୀମାନେ ବାହାରେ ଅଧିକ ପଇସା ଦେଇ ଔଷଧ କିଣୁଛନ୍ତି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ନିରାମୟରେ ଜୀବନ ରକ୍ଷାକାରୀ ଔଷଧ ଅଭାବ
- Post published:October 24, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
