ତାଳଚେର: ତାଳଚେର ଖଣି ମଜଦୂର ସଂଘ ତରଫରୁ ୧୧ ଦଫା ନେଇ ଶନିବାର ଏମସିଏଲ ଲିଙ୍ଗରାଜ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଶ୍ରମିକ ବିରୋଧୀ କାର୍ଯ୍ୟକୁ ସଂଗଠନର ଶତାଧିକ ଶ୍ରମିକ ବିରୋଧ କରି ସ୍ଲୋଗାନ ଦେଇଥିଲେ। ସଂଗଠନର କେନ୍ଦ୍ରୀୟ ନେତା ସୁଦର୍ଶନ ମହାନ୍ତି, କିଶୋର ଚନ୍ଦ୍ର ପ୍ରଧାନ, କ୍ଷେତ୍ର ସମ୍ପାଦକ ମନୋରଞ୍ଜନ ପ୍ରଧାନ , ଅଜିତ କୁମାର ସାମଲଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା। କର୍ତ୍ତୃପକ୍ଷ ୧୧ ଦଫା ଦାବି ପୂରଣ କରିବାରେ ଟାଳଟୁଳ ନୀତି ଗ୍ରହଣ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।
ଭାରତୀୟ ମଜଦୂର ସଂଘର ଧାରଣା
- Post published:November 29, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

You Might Also Like

ବାଜି ରାଉତ ଛାତ୍ରାବାସର ୭୭ ତମ ବାର୍ଷିକ ଉତ୍ସବ ପାଳିତ, ମାଳତୀ ଚୌଧୁରୀ ସମ୍ମାନରେ ସମ୍ମାନିତ ହେଲେ ବିଶିଷ୍ଟ ଲେଖିକା ଡଃ. ବିଦ୍ୟୁତ ମହାନ୍ତି

ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା, ମା’ ବୁଢ଼ୀଙ୍କୁ ଦୀପଦାନ କଲେ ଯୁବ ନେତା ଅନିଲ ଭୂଇଁଆ ଓ କର୍ମୀ
