ହସ୍ପିଟାଲ ପରିସରରେ ପୋଡ଼ୁଛି ଅଳିଆ

ରୋଗୀ, କଲୋନୀବାସୀ ଆକ୍ତାମାକ୍ତା

0

ଅନୁଗୁଳ: ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ହସ୍ତକ୍ଷେପ ଫଳରେ ପୌରପାଳିକା ପକ୍ଷରୁ ଅଳିଆ ଜାଳିବା ଉପରେ ରୋକ୍ ଲାଗିଛି। ଅଳିଆ ପୋଡ଼ା ଗତ ପ୍ରାୟ ମାସଟିଏ ହେବ ବନ୍ଦ ଅଛି l ଗତ ୧୦ ବର୍ଷରୁ ଅଧିକ ହେବ ପୌରପାଳିକା ପକ୍ଷରୁ ନିତି ରାସ୍ତାଘାଟରେ ଅଳିଆ ଗଦାକରି ନିଆଁ ଲଗାଇ ଦିଆଯାଉଥିଲା। ଏବେ କିନ୍ତୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପୋଷ୍ଟମର୍ଟମ ରୁମ୍ ନିକଟରେ ଟ୍ରିପ୍ ଟ୍ରିପ୍ ଅଳିଆ ଗଦା କରାଯାଇ ଡାକ୍ତରଖାନା ପକ୍ଷରୁ ନିଆଁ ଲଗାଇ ଦିଆଯାଉଛି l ଫଳରେ ଡାକ୍ତରଖାନା କଲୋନୀ ଏବଂ ପାଖ ୱାର୍ଡ ରୋଗୀ ଅଣନିଃଶ୍ବାସୀ ହୋଇପଡ଼ୁଛନ୍ତି l ସ୍ୱାସ୍ଥ୍ୟ ପ୍ରଶାସନର ଏଭଳି ବେପରୁଆ ମନୋଭାବ ଉଦବେଗ ସୃଷ୍ଟି କରିଛି।

Leave A Reply

Your email address will not be published.

error: Content is protected !!