ଅନୁଗୁଳ: ବିଶ୍ବ ଏଡ୍ସ ଦିବସ ଅବସରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କେବଳ ଜନସଚେତନତା ଦ୍ବାରା ହିଁ ଏଡ୍ସକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାର କିଛି ତୃତୀୟ ଲିଙ୍ଗୀଙ୍କ ଦ୍ବାରା ସା˚ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ଯରେ ସିଡିଏମ୍ଓ ଡା. ଅଭୟ କୁମାର ଦାଶ, ଏଆର୍ଟି ସେଣ୍ଟର୍ ଅଧିକାରୀ ଡା. ଶାଶ୍ବତ ସାଗର ମିଶ୍ର, ଡାପ୍ସୁ ଡିପିଏମ୍ ଡା. ପ୍ରମିଳା ହୋତା ପ୍ରମୁଖ ଯୋଗଦାନ କରିଥିଲେ। ଅପରାହ୍ନରେ ମେଡିକ୍ସ କାର୍ଯ୍ୟାଳୟରେ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଥିଲା।
ମେଡିକ୍ସର ନିର୍ଦ୍ଦେଶକ ଡା. ଦିଲ୍ଲୀପ ସାମଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଡା. ସତ୍ୟନାରାୟଣ ସି˚ହ ସାମନ୍ତ ଏବ˚ ଚିନ୍ତାମଣି ସ୍ବାଇଁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଡା. ସାମଲ ବୈଠକରେ ମେଡିକ୍ସ ପକ୍ଷରୁ ୩୫୫ ଜଣ ମହିଳା ଯୌନକର୍ମୀ, ୮୨୯ ଜଣ ଅସହାୟ ଲୋକଙ୍କୁ ରାସନ୍ କିଟ୍, ୫୧୯୬ଟି ମାସ୍କ ବଣ୍ଟନ ସହ ଏଚ୍ଆଇଭି ପୀଡ଼ିତାଙ୍କୁ ଏଆର୍ଟି ମେଡିସିନ୍ ଯୋଗାଇ ଦିଆଯାଉଥିବା ପ୍ରକାଶ କରିଥିଲେ।
ଅନୁଗୁଳରେ ଏଡ୍ସ ଦିବସ






