ଅନୁଗୁଳ: ଭାରତରେ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗୀର ମାନ୍ୟତା ମିଳିବା ପରେ ସେମାନେ ଏବେ ଫୋକସରେ ଅଛନ୍ତି। ବ୍ୟବସାୟଠାରୁ ରାଜନୀତି ଯାଏଁ ସବୁଠି ସେମାନେ ସେମାନଙ୍କ ପ୍ରବେଶକୁ ଜାହିର କରିବାକୁ ପ୍ରୟାସ କରୁଛନ୍ତି। ତେବେ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ତେବେ ଏକତା ଓ ସମନ୍ବୟ ଅଭାବରୁ ସେମାନେ ସେମାନଙ୍କ ଦାବିଗୁଡ଼ିକୁ ଠିକଣା ଭାବରେ ଉପସ୍ଥାପନା କରିପାରୁନାହାନ୍ତି। ଅନୁଗୁଳର ଗତ କିଛି ବର୍ଷ ହେଲା କିନ୍ନରଙ୍କ ସ˚ଖ୍ୟା ବଢ଼ୁଛି। ବର୍ତ୍ତମାନ ଅନୁଗୁଳ ଜିଲ୍ଲାରେ ୩୫୦୦ରୁ ଅଧିକ କିନ୍ନର ଅଛନ୍ତି। ବିଭିନ୍ନ ସମସ୍ୟାରେ ଯୁଝି ହେଉଥିବା ଏହି ଗୋଷ୍ଠୀ ଏବେ ଏଚ୍ଆଇଭି, ବେରୋଜଗାର ଓ ପୁଷ୍ଟିହୀନତାର ଶିକାର ହେଉଥିବା ବେଳେ ପ୍ରଶାସନ ସେମାନଙ୍କ କଲ୍ୟାଣ ପ୍ରତି ଆଖି ବୁଜି ଦେଇଛି। ପୂର୍ବତନ ଜିଲ୍ଲାପାଳ ଅନିଲ୍ ସାମଲଙ୍କ ସମୟରେ ଅନୁଗୁଳ କିନ୍ନର ସ˚ପ୍ରଦାୟ ସେମାନଙ୍କୁ ଏକ କମ୍ୟୁନିଟି ହଲ୍ ନିର୍ମାଣ, ମଧୁବାବୁ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଘର ଯୋଗାଇ ଦେବା, ବିଭିନ୍ନ ଧନ୍ଦାମୂଳକ ତାଲିମ୍ ଦେଇ ସେମାନଙ୍କୁ ସ୍ବାବଲମ୍ବୀ କରାଇବା ଆଦି ଦାବି ନେଇ ଏକ ସ୍ମାରକ ପ୍ରଦାନ କରିଥିଲେ। କିନ୍ତୁ ତାହା ଏବେ ଶୀତଳଭଣ୍ତାରରେ ପଡ଼ିରହିଛି। ତେବେ କିଛି ଏନ୍ଜିଓ କିନ୍ନରମାନଙ୍କୁ ନେଇ ଏଡ୍ସ ସଚେତନତା କରିବା ସହ ସେମାନଙ୍କୁ ଛତୁଚାଷ, ବଡ଼ି, ପାମ୍ପଡ଼ ତିଆରି କରିବା, ଧୂପକାଠି, ଫଟୋଗ୍ରାଫି ଆଦି ଟ୍ରେନି˚ ଦେଇ ସାମାଜିକ ଜୀବନରେ ମୁଖ୍ୟସ୍ରୋତରେ ବିନାବାଧାରେ ସେମାନେ କିଭଳି ସାମିଲ୍ ହୋଇପାରିବେ ସେଥିନେଇ ଚେଷ୍ଟିତ ଅଛନ୍ତି
ଅନୁଗୁଳରେ କିନ୍ନରଙ୍କ ସ˚ଖ୍ୟା ଓ ସମସ୍ୟା ବଢ଼ୁଛି
- Post published:November 6, 2020
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Angul TV Bureau
