ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ, ନାମାଙ୍କନପତ୍ର ଦାଖଲ

You are currently viewing ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ, ନାମାଙ୍କନପତ୍ର ଦାଖଲ

ଅନୁଗୁଳ: ବହୁ ପ୍ରତୀକ୍ଷିତ ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ସଭାପତି ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ଏକମାତ୍ର ପ୍ରାର୍ଥୀ ରୂପେ ନାମାଙ୍କନପତ୍ର ଦାଖଲ କରି ନିଜ ବିଜୟକୁ ସ୍ପଷ୍ଟ କରିଛନ୍ତି। ସେହିଭଳି ଉପସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ରୂପେ ପ୍ରଭାତ କୁମାର ସିହ୍ନା, ଦୁଇଟି ଯୁଗ୍ମ ସମ୍ପାଦକ ପଦବି ପାଇଁ ଗଙ୍ଗାଧର ପଟ୍ଟନାୟକ, ସତ୍ୟେନ୍ଦ୍ର ପ୍ରଧାନ ମଧ୍ଯ ଅପ୍ରତିଦ୍ବନ୍ଦ୍ବୀ ଅଛନ୍ତି। କେବଳ ସମ୍ପାଦକ ପଦବି ପାଇଁ କଡ଼ା ଟକ୍କର ଦେଖିବାକୁ ମିଳିବ। ଏହି ପଦବି ପାଇଁ ଅକ୍ଷୟ କୁମାର ଦାସ ଏବ˚ ସାଗର ନାଥ ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ନିର୍ବାଚନ ପାଇଁ ସ˚ଘ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି। ପୂର୍ବତନ ସଭାପତି ତଥା ରାଜ୍ୟ କ୍ରିକେଟ୍‌ ସ˚ଘ ଉପସଭାପତି ଅକ୍ଷୟ ସାମନ୍ତ ଏବ˚ ଅକ୍ଷୟ କୁମାର ଦାସ ଗୋଟିଏ ଗୋଷ୍ଠୀର ନେତୃତ୍ବ ନେଉଥିବାବେଳେ ପ୍ରତାପ ପ୍ରଧାନ ଏବ˚ ସାଗର ନାଥ ମିଶ୍ର ଅନ୍ୟ ଗୋଷ୍ଠୀର ନେତୃତ୍ବ ନେଇଛନ୍ତି। ତେବେ ଗୋଟିଏ ଗୋଷ୍ଠୀର ପତିଆରା ଢେର ହ୍ରାସ ପାଇଥିବାରୁ ସେମାନେ ଚଳିତ ଥର ଅଧିକା˚ଶ ପଦବି ପାଇଁ ପ୍ରାର୍ଥୀ ଦେବାର ମଧ୍ଯ ବିଫଳ ହୋଇଛନ୍ତି। ଡିସେମ୍ବର ୨୪ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ସମୟ ସ୍ଥିର ହୋଇଥିଲା। ଜାନୁଆରୀ ୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଅଧିକାରୀ ଭାବରେ ଆଡ୍‌ଭୋକେଟ୍‌ ଭୁପେଶ ଚନ୍ଦ୍ର ପ୍ରଧାନ ନିର୍ବାଚନ ପରିଚଳନା କରୁଛନ୍ତି।

Share

Leave a Reply