ଅନୁଗୁଳ: ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ୮୧୩୦ କୋଟି

You are currently viewing ଅନୁଗୁଳ: ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ୮୧୩୦ କୋଟି

ଅନୁଗୁଳ: ୧୧ଟି ଡିଏମ୍‌ଏଫ୍‌ ଜିଲ୍ଲାରେ ଆଦାୟ ହୋଇଥିବା ଟଙ୍କାର ମାତ୍ର ୭.୧୧ ପ୍ରତିଶତ ଖର୍ଚ୍ଚ ହୋଇଥିବା କୁହାଯାଉଛି। ବିଧାନସଭାରେ ଏ ନେଇ ଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଛନ୍ତି। ଗତ ଅକ୍ଟୋବର ସୁଦ୍ଧା ୧୧,୩୨୬.୫୭ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ସେଭଳି ଆଖିଦୃଶିଆ ହୋଇପାରିନାହିଁ। ମାଲ୍‌କାନାଗିରି ଓ କଳାହାଣ୍ତିରେ ସର୍ବାଧିକ ୧୦୦ କୋଟି ଲେଖାଏଁ ଖର୍ଚ୍ଚ ହୋଇଥିବା ବେଳେ ମୟୂରଭଞ୍ଜରେ ୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦୁଝର ଓ ସୁନ୍ଦରଗଡ଼ରୁ ପାଣ୍ଠି ଅଧିକ ଆଦାୟ ହେଉଥିଲେ ହେଁ ସେଠାରେ ଯଥାକ୍ରମେ ୬୩.୮୦ ଓ ୬୩.୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି କ୍ରମରେ ଅନୁଗୁଳରେ ମାତ୍ର ୮୧.୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଖଣି ଅଞ୍ଚଳରେ ପିଇବା ପାଣି, ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବୃଦ୍ଧି, ପରିବେଶ ସୁରକ୍ଷା ଆଦି ନିମନ୍ତେ ଏହି ଡିଏମ୍‌ଏଫ୍‌ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହୋଇପାରିବ ବୋଲି ବ୍ୟବସ୍ଥା ରହିଛି। ତେବେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆସିବା ପରଠାରୁ ଅନୁଗୁଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିଏମଏଫ୍‌ ପାଣ୍ଠିର ଉଚିତ ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply