ଅନୁଗୁଳ: ପୁରୁଣା କଟକ- ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ସୁକିଆବାଉତି ଛକ ନିକଟରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଓ ପାଞ୍ଚ ବର୍ଷର ଶିଶୁ ପୁତ୍ର ଗୁରୁତର ଆହତ ହେଇଥିଲେ। ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ହୋଇଯାଇଛି। ଗୁରୁତର ମା- ପୁଅଙ୍କୁ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାସୋଳ ଥାନା ପୁଲିସ୍ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଥାନାକୁ ନେଇ ଯାଇଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଚଳାଇଛି।
ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚୂରମାର୍
- Post published:October 18, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
