ଅନୁଗୁଳ: କୋଭିଡ୍ ପରିଚାଳନାରେ ଟେଷ୍ଟିଂ ଏକ ସ୍ବାଭାବିକ ପ୍ରକ୍ରିୟା। ତେବେ ଅନୁଗୁଳରେ ଗତ କିଛି ମାସ ଧରି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଥିଲାବେଳେ ଆର୍ଟିପିସିଆର୍ ଟେଷ୍ଟ ପାଇଁ କଟକ, ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡୁଥିଲା। ସୁଖର କଥା ଆରଟିପିସିଆର୍ ଟେଷ୍ଟ ପାଇଁ ଏଣିକି ବାହାରକୁ ଯିବାକୁ ପଡ଼ିବ ନାହିଁ। ଆର୍ଟିପିସିଆର୍ ଟେଷ୍ଟ ଏଣିକି ଅନୁଗୁଳରେ କରାଯିବ। ଫଳରେ ଶହଶହ କୋଭିଡ୍ ରୋଗୀ ତୁରନ୍ତ ରିପୋର୍ଟ ପାଇପାରିବେ।
ଆର୍ଟିପିସିଆର୍ ଟେଷ୍ଟ ଏଣିକି ଅନୁଗୁଳରେ ହେବ
- Post published:October 19, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
