ଆସନ୍ତାକାଲି ଭରତ ବନ୍ଦ

You are currently viewing ଆସନ୍ତାକାଲି ଭରତ ବନ୍ଦ

ଅନୁଗୁଳ: ୨୬ ନଭେମ୍ବର ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଭାରତ ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ବର୍ତ୍ତମାନ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଘୋଷଣା କରିଛି ଯେ ଏହା ମଧ୍ୟ ଏହି ଟ୍ରେଡ୍‌ ୟୁନିଅନ ଦ୍ୱାରା ଡକାଯାଇଥିବା ଭାରତ ବନ୍ଦରେ ସାମିଲ୍‌ ହେବେ। ଏଭଳି ପରିସ୍ଥିତିରେ ବ୍ୟାଙ୍କର କାର୍ଯ୍ୟକାରିତା ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି।
ଏହି ଧର୍ମଘଟରେ ଦଶ ହଜାର ସରକାରୀ ଏବଂ ବେସରକାରୀ କ୍ଷେତ୍ରର ବ୍ୟାଙ୍କ କର୍ମଚାରୀ ସାମିଲ୍‌ ହେବେ। ସୂଚନାନୁସାରେ, ପ୍ରାୟ ୨୫ କୋଟି କର୍ମଚାରୀ ଭାରତ ବନ୍ଦର ଅଂଶ ହେବେ। ସାର୍ବଜନିକ କ୍ଷେତ୍ରର ଘରୋଇକରଣ ଏବଂ ନୂତନ ଶ୍ରମ ଏବଂ କୃଷି ଆଇନ ବିରୋଧରେ ଆନ୍ଦୋଳନ ହେବ। (ଏଆଇବିଇଏ) କହିଛି ଯେ ବ୍ୟାଙ୍କର କର୍ମଚାରୀମାନେ ୨୬ ନଭେମ୍ବରରେ ବ୍ୟାଙ୍କର ଘରୋଇକରଣ, ଆଉଟସୋର୍ସିଂ ଏବଂ କଣ୍ଟ୍ରାକ୍ଟ ସିଷ୍ଟମ ଭଳି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିବେ।

Share

Leave a Reply